ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ  ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ହାଇଡ୍ରୋସିଲ ଅପରେସନ୍ ଏକ ମୁଖ୍ୟ କାର୍ଯ୍ୟକ୍ରମ ଅଟେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁନ୍ଦରଗଡ଼ ଓ ନିରାମୟ ହସ୍ପିଟାଲ, ଦର୍ଲିପାଲି ର ମିଳିତ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ଶିବିର ରେ ମୋଟ ୨୦ ଜଣ ବ୍ୟକ୍ତିଙ୍କର ହାଇଡ୍ରୋସିଲ ଅସ୍ତ୍ରୋପଚାର ହୋଇଯାଇଛି । ହେମଗିର ବ୍ଲକ , ଟାଙ୍ଗରପାଳି ବ୍ଲକ ଓ ଲେଫ୍ରିପଡ଼ା ବ୍ଲକ ର ରୋଗୀ ମାନଙ୍କୁ ଏହି ଶିବିର କୁ ଅଣାଯାଇଥିଲା । ନିରାମୟ ହସ୍ପିଟାଲ ଦର୍ଲିପାଲି ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଅପରାଜିତା ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।  ଏନ.ଟି.ପି.ସି  ଦର୍ଲିପାଲି ତରଫରୁ ରୋଗୀ ମାନଙ୍କୁ ଖାଇବା, ପିଇବା, ଔଷଧ ପ୍ରଦାନ ଓ କମ୍ବଳ ମାଗଣା ରେ ପ୍ରଦାନ କରାଯାଇଥିଲା । ଏନ.ଟି.ପି.ସି  ଦର୍ଲିପାଲି ତରଫରୁ ଏଚ.ଓ.ପି. ଫାଇଜ ତୟବ, ଏଚ.ଓ. ଏଚ.ଆର ଶ୍ରୀମତୀ ପ୍ରଭାତୀ ସିଂହ ଓ ଅନ୍ୟାନ୍ୟ ଅଧିକାରୀ ଗଣ ଯୋଗଦାନ କରିଥିଲେ ।  ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଶିବାଶିଷ ମହାରଣା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଭକ୍ତ ମୋହନ ସ୍ୱାଇଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଡ଼ା. ଶ୍ୟାମବନ୍ଧୁ ରଥ, ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ରୁ ଡ଼ା.ଅଜୟ ଭଟ୍ଟ, ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଡ଼ା. ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଡ଼ା. ସ୍ୱାଇଁ ତାଙ୍କର ଅଭିଭାଷଣ ରେ ଏହା କହିଥିଲେ ଯେ କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ଫାଇଲେରିଆ ତଥା ହାଇଡ୍ରୋସିଲ ସାଧାରଣତଃ ହୋଇଥାଏ। ଏହି ମଶା କାମୁଡିବାର ୫ ରୁ ୧୫ ବର୍ଷ ମଧ୍ୟରେ ଗୋଦର ଗୋଡ ଏବଂ ଅଣ୍ଡକୋଷ ବୃଦ୍ଧି ହେବାର ସମ୍ଭାବନା ଥାଏ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବସନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ଗିପାଲି ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଦୀପକ ଶର୍ମା , ଭେକ୍ଟର ବାହିତ ରୋଗ ବୈଷୟିକ ପର୍ଯ୍ୟବେକ୍ଷକ ଜ୍ୟୋସ୍ନା ନାଏକ , ସୁମନ୍ତ ନାଏକ ଓ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!