
ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ କୁସୁମ ଟେଟେ ଯୋଗଦେଇଥିବା ବେଳେ ବିଜେପି ବିଲେଇମୁଣ୍ଡା ମଣ୍ଡଳ ସଭାପତି ଦୀପକ ସେଠ୍, ମଣ୍ଡଳ ପ୍ରଭାରୀ ରୁବିରାଣୀ ନାଏକ, କ୍ଲବ ସଭାପତି ଘାସିରାମ ପଧାନ,ସମାଜସେବୀ ଉତ୍ତର ନାଏକ ଏବଂ ବଳରାମ ନାଏକ ପ୍ରମୁଖ ମଞ୍ଚାସିନ ରହିଥିଲେ।ମଞ୍ଚାସିନ ସମସ୍ତ ଅତିଥିମାନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ଶିଶୁମାନଙ୍କ ଶିକ୍ଷା ଓ ଭବିଷ୍ୟତ ଗଠନରେ ନେହେରୁଙ୍କ ଯୋଗଦାନ ଏବଂ ଶିଶୁ ଦିବସର ମହତ୍ତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ। କ୍ଲବର ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।










Total views : 905