ଭେଡ଼ାବାହାଲରେ ଆଦାନୀର ମେଗାପ୍ଲାଣ୍ଟ: ନୂଆଆଶା, ପୁରୁଣାଆଶଙ୍କା

ସୁନ୍ଦରଗଡ଼: ଭେଡ଼ାବାହାଲରେ ଆଧୁନିକ କୋଇଲା ଗ୍ୟାସିକରଣ ଟେକ୍ନୋଲୋଜି ବ୍ୟବହାର କରି କୋଇଲାରୁ କେମିକାଲ୍ ତିଆରି ପାଇଁ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆଦାନୀ ଗ୍ରୁପର ଆଦାନୀ ଏଣ୍ଟରପ୍ରାଇଜେସ । ୩ ହଜାର ଏକର  ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟ ପାଇଁ କମ୍ପାନୀ ୮୪ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାର ଚଳିତ ଅକ୍ଟୋବର ମାସରେ ଅନୁମୋଦନ କରିଥିବା ଜଣାପଡ଼ିଛି । ଏହା ଭାରତର ସବୁଠୁ ବଡ଼ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରୁ ଗୋଟିଏ ହେବ ବୋଲି ଅନୁମାନ କରାଯାଉଛି ।ପୂର୍ବରୁ ଏହି ଅଞ୍ଚଳର କନ୍ଦାବାହାଲ,କିରେଇ,ରୁପିଡ଼ିହି,ଭେଡାବାହାଲର କିଛି ଅଂଶକୁ ନେଇ ଏନଟିପିସି ଅଲଟ୍ରା ମେଗା ପାୱାର ପ୍ଲାଣ୍ଟ  ସ୍ଥାପନ ପାଇଁ ଜମି ଅଧି ଗ୍ରହଣ କରାଯାଇଥିଲା ହେଲେ ସେହି ପ୍ରକଳ୍ପ ଘରେ ନ ପଶୁଣୁ ଚାଳ ବାଜିଲା ପରି ଝୁଣ୍ଟି ପଡିଲା । ସେଥିପାଇଁ ଏହି ନୂତନ ପ୍ରକଳ୍ପ ପାଇଁ ଲୋକେ ଦ୍ବନ୍ଦରେ ଅଛନ୍ତି,ପୂର୍ବରୁ ଅଧିଗ୍ରହଣ କରାଯାଇଥିବା ଜମିରେ ଉକ୍ତ ପ୍ରକଳ୍ପ ହେବ ନାପୁଣିଥରେ ଜମି ଅଧି ଗ୍ରହଣ ହେବ ।

ଏହି ମେଗା ପ୍ଲାଣ୍ଟଟି ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକର ଭେଡ଼ାବାହାଲ ଅଞ୍ଚଳରେ ସ୍ଥାପିତ ହେବା ପାଇଁ ଯୋଜନା କରାଯାଇଥିବା ଜଣା ପଡିଛି । କୋଇଲାରୁ ଆଧୁନିକ ଟେକ୍ନୋଲୋଜୀରେ ଗ୍ୟାସ ବାହାର କରାଯାଇ  ବିଭିନ୍ନ ଶିଳ୍ପରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରସାୟନରେ ପରିଣତ କରାଯିବ । ଫଳରେ ଏହି ପ୍ଲାଣ୍ଟରେ ମେଥାନଲ୍, ଆମୋନିଆ ଓ ୟୁରିଆ ପରି ଗୁରୁତ୍ଵପୂର୍ଣ୍ଣ ରାସାୟନିକ ପଦାର୍ଥ ଉତ୍ପାଦିତ ହେବ । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୩୬ ହଜାର ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଚାକିରି ସୁଯୋଗ ସୃଷ୍ଟି ହେବାର ସରକାର ଘୋଷଣା କରିଥିବା ବେଳେ ଦାଦନ ଚାଲାଣ ଓ ବେକାରୀ ସମସ୍ୟା ରେ ଉବୁଟୁବୁ ହେଉଥିବା ସୁନ୍ଦରଗଡ଼ର ଭାଗ୍ୟ ସତରେ ବଦଳିବ ତାହା ସମୟ କହିବ। ଏହି କାରଖାନାକୁ ପରିଚାଳିତ କରିବା ପାଇଁ ୧୧ ଶହ ମେଗାୱାଟର ଏକ ନିଜସ୍ଵ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା କରିବ ଅଦାନୀ ଗୃପ ।

ଏହି ବୃହତ କୋଇଲା ପ୍ରକଳ୍ପଟି ଓଡ଼ିଶା ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଶିଳ୍ପନିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ଓ ସଫଳ ଉଦ୍ୟମ ବୋଲି କୁହାଯାଉଛି । ଚଳିତ ଅକ୍ଟୋବର ଶେଷରେ ରାଜ୍ୟ ସରକାର କାନକ୍ଳେଭ ମାଧ୍ୟମରେ  ୧.୪୬ ଲକ୍ଷ କୋଟି ଟଙ୍କାର ୩୩ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏହା ଓଡ଼ିଶାକୁ ଭାରତର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଓ ଉନ୍ନତ ଉତ୍ପାଦନ ଶିଳ୍ପର ହବ ଭାବରେ ଗଢ଼ି ତୋଳିବାର ପ୍ରୟାସର ଅଂଶ ବିଶେଷ ହୋଇ ପାରିବ । ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେଲା ପରେ ଶିଳ୍ପ ପାଇଁ ଆବଶ୍ୟକୀୟ ଗ୍ୟାସ ରପ୍ତାନି ଉପରେ ଅନ୍ୟ ଦେଶ ଉପରେ ନିର୍ଭରଶିଳତା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ପୂର୍ବରୁ ଏଠାରେ ଏକ ବୃହତ ପାୱାର ପ୍ଲାଣ୍ଟ ର ସ୍ବପ୍ନ ଧୂଳିସାତ ହୋଇ ଲୋକେ ଜମିହରା ହୋଇଥିବା ବେଳେ ସତରେ କ’ଣ ଏହି କାରଖାନା ସ୍ଥାପନ ହୋଇ ପାରିବ ବୋଲି ସଚେତନ ମହଲ ପ୍ରଶ୍ନ କରୁଛନ୍ତି । ଲୋକଙ୍କ ମନରେ ସନ୍ଦେହ ଉଙ୍କି ମାରିବାର ଯଥାର୍ଥତା ପଛରେ କାରଣ ମଧ୍ୟ ରହିଛି । କାରଣ ଗତ ୧୪ ବର୍ଷ ପୂର୍ବେ ଭେଡ଼ାବାହାଲ ନିକଟବର୍ତ୍ତୀ ରୁପିଡିହି, କୋପସିଂହା,କିରେଇ,କନ୍ଦାବାହାଲ, ଲଙ୍କାହୁଡ଼ା ଗାଁର ପ୍ରାୟ ୨୩ ଶହ ଏକର ଜମି ଅଲଟ୍ରା ମେଗା ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅଧିଗ୍ରହଣ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇନାହିଁ । ଲୋକେ ଭୂମିହରା ହେଲା ପରେ ମଧ୍ୟ ବିସ୍ଥାପିତ ନହେବା କାରଣରୁ ଅସନ୍ତୁଷ୍ଟ ଅଛନ୍ତି ।କିଛି ମାସ ପୂର୍ବରୁ ମହାନଦୀ କୋଇଲା ଖଣି ଦ୍ୱାରା ଏଠାରେ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ପ୍ରଚାର ହୋଇଥିଲା । ଅନ୍ୟ ପଟେ ଅଧିଗ୍ରହଣ ହୋଇଥିବା ଜମିକୁ ଏମସିଏଲ୍ ର ସମ୍ବନ୍ଧିତ କମ୍ପାନୀ ମହାନଦୀକୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ଆରମ୍ଭ ହେଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିଲା ନାହିଁ । ଜମି ହସ୍ତାନ୍ତର ହେଲେ ମହାନଦୀ ବେସିନ ଏଠାରେ ୪ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଯୋଜନା ଥିଲା । କିନ୍ତୁ ସେଥିରେ ମଧ୍ୟ କୌଣସି ଅଗ୍ରଗତି ଦେଖାଯାଉନାହିଁ । ତେଣୁ ଏଠାରେ କୌଣସି ନୂତନ ପ୍ରକଳ୍ପ ଘୋଷଣା ହେଲେ ତାହା କାର୍ଯ୍ୟକ୍ଷମ ହେବ କି ନାହିଁ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଶୟ ପ୍ରକାଶ ପାଉଛି ।

ତେବେ ସତରେ କ’ଣ ଏହି କାରଖାନା ହେବ ବୋଲି ସଚେତନ ମହଲ ପ୍ରଶ୍ନ କରୁଛନ୍ତି । ଲୋକଙ୍କ ମନରେ ସନ୍ଦେହ ଉଙ୍କି ମାରିବାର ଯଥାର୍ଥତା ପଛରେ କାରଣ ମଧ୍ୟ ରହିଛି । କାରଣ ଗତ ୧୪ ବର୍ଷ ପୂର୍ବେ ଭେଡ଼ାବାହାଲ ନିକଟବର୍ତ୍ତୀ ରୁପେଡିହି, କୋପସିଂହା, ଲଙ୍କାହୁଡ଼ା ଗାଁର ୨୩ ଶହ ଏକର ଜମି ଅଲଟ୍ରା ମେଗା ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅଧିଗ୍ରହଣ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇନାହିଁ । ଲୋକେ ଭୂମିହରା ହେଲା ପରେ ମଧ୍ୟ ବିସ୍ଥାପିତ ନହେବା କାରଣରୁ ଅସନ୍ତୁଷ୍ଟ ଅଛନ୍ତି ।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!