ଇନ୍ଫୋଭ୍ୟାଲିରେ ସେମିକଣ୍ଡକ୍ଟର ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଶାର ଅର୍ଥନୈତିକ ସ୍ଥିତି ଧୀରେ ଧୀରେ ସୁଦୃଢ ହେବାରେ ଲାଗିଛି କାହିଁକି ନା ବିଭିନ୍ନ କମ୍ପାନୀ ବର୍ତ୍ତମାନ ନିବେଶ କରିବା ପାଇଁ ଆଗେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ଇନ୍ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି। ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏକ ବୃହତ ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ଦେବାର ଲକ୍ଷ ରଖିଛି, ଯାହା ରାଜ୍ୟର ବୈଷୟିକ ଏବଂ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା  ସହିତ ଅର୍ଥନୈତିକ ସ୍ଥିତି କୁ ସୁଦୃଢ କରିବ।

କେବଳ ନିର୍ମାଣ କ୍ଷେତ୍ରରେ ନୁହେଁ, ସେମିକଣ୍ଡକ୍ଟର ଶିକ୍ଷା ଏବଂ ଗବେଷଣା କ୍ଷେତ୍ରକୁ ମଜବୁତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। SiCSem କମ୍ପାନୀ ୬୪ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରସ୍ଥିତ ଆଇ.ଆଇ.ଟି (IIT) ରେ ଏକ Research and Innovation Centre ସ୍ଥାପନ କରିଛି। ଏହା ସହିତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ସଂସଦ ପାଣ୍ଠିରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇ.ଆଇ.ଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ ପାଇଁ ଅନୁମୋଦନ କରିଛନ୍ତି । ଏହି ଲାବୋରେଟୋରି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣା କରିବାର ସୁଯୋଗ ପାଇବେ, ଯାହା ଓଡ଼ିଶାକୁ ଦେଶର ଏକ ପ୍ରମୁଖ ବୈଷୟିକ ଏବଂ ଶିଳ୍ପକେନ୍ଦ୍ର ଭାବରେ ସ୍ଥାପିତ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!