
୧୯୨୦ ମସିହା ଠାରୁ ଶ୍ରମଜୀବୀ ଜନସାଧାରଣଙ୍କ ଜୀବନ ଜୀବିକାର ସୁରକ୍ଷା ସହ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସର୍ବଦା ସଂଗ୍ରାମ କରି ଆସୁଥିବା ଶ୍ରମିକ ସଂଗଠନ ଏଆଇଟିୟୁସିର ୧୦୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି ।ନିଖିଳ ଓଡିଶା ଏମ.ଡି.ଏମ ପାଚିକା ସହାୟିକା ସଂଘ ର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଗୋଲାପୀ ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି କମଳ ଷଣ୍ଢ ଯୋଗଦେଇ ଶ୍ରମଜୀବୀ ଜନସାଧାରଣଙ୍କ ସର୍ବନିମ୍ନ ସମସ୍ୟା କୁ ନେଇ ସଂଗଠନ କିପରି ସର୍ବଦା ପୁଞ୍ଜିପତି ବ୍ୟବସ୍ଥା ଓ ଶ୍ରମିକ ତୋଷରପାତ ବିରୁଦ୍ଧରେ ଲଢେଇ କରି ଆସୁଛି ସେ ବିଷୟରେ ଉଦ୍ବୋଧନ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି,ବୈମାତୃକ ମନୋଭାବ ବିରୁଦ୍ଧରେ ଆଲୋକପାତ କରିଥିଲେ ।ଜିଲ୍ଲାରେ ଛତୁ ଫୁଟିଲା ପରି ଖଣି,ଖାଦାନ,କଳ,କାରଖାନା ଭରି ରହିଥିଲେ ମଧ୍ୟ ବେକାରୀ ସମସ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି ।କାର୍ଯ୍ୟରତ ଶ୍ରମଜୀବୀ ଉଚିତ ପାଉଣା,ସହାୟତା,ସୁବିଧା ପାଉ ନ ଥିବା ଦର୍ଶାଇ ଥିଲେ ।ଶତାଧିକ ପାଚିକା,ସହାୟିକା ଯୋଗଦେଇଥିବା ଏହି କାର୍ଯ୍ୟକ୍ରମରେ ମନୀଷା କେରକେଟା,ଇଲୀସାବା ଆଇନ୍ଦ,ରାଧା ନାଏକ,ପ୍ରମିଳା ପଶାୟତ,ମୁନି ରାଉତ,ସୁରଭି ପୃସେଟ,ଗୀତା କୁଜୁର,ଲୁଚନୀ ନାଏକ,ଦୌରଥିଆ ଏକ୍କା ପ୍ରମୁଖ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ ।










Total views : 911