
ସୁନ୍ଦରଗଡ଼ର ହେମଗିର,ଲେଫ୍ରିପଡା,ଟାଙ୍ଗରପାଲି,ସଦର,ସବଡେ଼ଗା,ବାଲିଶଙ୍କରା ବ୍ଲକ ସହିତ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳର ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି ଓମଫେଡ଼ ।ଆଜି ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଉଜ୍ୱଲପୁର ଲ୍ୟାମ୍ପସ ପରିସରରେ ଦୁଗ୍ଧ ସଂଗ୍ରହ ଓ ଶୀତଳୀ କରଣ କେନ୍ଦ୍ର ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇ ଯାଇଛି । ବିଧାନସଭା ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରକଳ୍ପ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ,ସୁନ୍ଦରଗଡ଼ ଉପ ସମବାୟ ନିବନ୍ଧକ ରଶ୍ମୀଲତା ବେହେରା,ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡ଼. ସନ୍ତୋଷ ପାଣିଗ୍ରାହୀ,ଓମଫେଡ଼ ସମ୍ବଲପୁର କ୍ଷେତ୍ର ସାଧାରଣ ପରିଚାଳକ ଡ଼. ସରୋଜ କୁମାର ପାଣିଗ୍ରାହୀ,ଟାଙ୍ଗରପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝୀ,ଟାଙ୍ଗରପାଲି ବିଡିଓ ଭୀମସେନ ବେହେରା,ତହସିଲଦାର ସ୍ମୃତି ସୌମ୍ୟା ଦାସ,ଲ୍ୟାମ୍ପସ ସଭାପତି ସଞ୍ଜୟ ମାଝୀ, ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଶୁଭମ ନାଏକ ,ଅସୀମ ପଟେଲ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ ।

ହେମଗିର,ଲେଫ୍ରିପଡା,ଟାଙ୍ଗରପାଲି,ସଦର,ସବଡେ଼ଗା,ବାଲିଶଙ୍କରା ବ୍ଲକ ସହିତ ସୁନ୍ଦରଗଡ଼ ପୌରାଞ୍ଚଳର ଦୁଗ୍ଧ ଚାଷୀ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରାଯାଇ ଏଠାରେ ଶୀତଳୀକରଣ କରାଯାଇ ସମ୍ବଲପୁରକୁ ସ୍ଥାନାନ୍ତରିତ ହୋଇ ପ୍ୟାକେଟିଙ୍ଗ ହେଲାପରେ ବିକ୍ରୟ ପାଇଁ ଉପଲବ୍ଧ ହେବ। ବ୍ୟାଟେରୀ ଚାଳିତ ଯାନ ଯୋଗେ ଏହି ଅଞ୍ଚଳ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରା ଯିବାର ଲକ୍ଷ ରଖା ଯାଇଥିବା ବେଳେ ଆଜି ୨୦୪ ଲିଟର ଗୋଦୁଗ୍ଧ ସଂଗ୍ରହ କରାଯାଇ ଥିଲା।










Total views : 910