
ସୁନ୍ଦରଗଡ ଜିଲା ପୋଲିସ ପକ୍ଷରୁ ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ କ୍ୟାମ୍ପସଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ସେ ରକ୍ତ ଦାନର ମହତ୍ତ୍ଵ ଏବଂ ସମାଜରେ ଏହାର ମାନବିକ ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ପୋଲିସ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଏଥିରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ ଏବଂ ମୋଟ ୮୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ, କୃଷ୍ଣପ୍ରସାଦ ମିଶ୍ର, ସଦର ଉପକଣ୍ଠ ସ୍ତରୀୟ ପୋଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର, ଡିଏସପି କାଦମ୍ବିନୀ ସାମଲ, ରିଜର୍ଭ ଇନ୍ସପେକ୍ଟର ଲୋକନାଥ ଭୋଇ, ଗୋବିନ୍ଦ ମାରାଣ୍ଡି, ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସୁସ୍ମିତା ଦେବତାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।











Total views : 905