୧୩ ଟି ଜିଲ୍ଲାର ୪୪ ତହସିଲରେ ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟ ଆରମ୍ଭ

ପୂର୍ବରୁ କେବଳ ସବରେଜିଷ୍ଟ୍ରି ଗୁଡିକରେ ଜମି କିଣା-ବିକା ହେଉଥିଲା। ଆଗକୁ ସବୁ ତହସିଲରେ ହେବ ଜମି କିଣାବିକା। ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦୁଆର ମୁହଁକୁ ନେବା ହେଉଛି ସରକାରଙ୍କର ମୁଖ୍ୟ ଲକ୍ଷ୍ୟ। ତେଣୁ ରାଜ୍ୟର ସବୁ ତହସିଲରେ ସବ୍ରେଜିଷ୍ଟ୍ରେସନ ଅଫିସ୍ ଖୋଲିବ। ଦୂରଦୂରାନ୍ତକୁ ଯାଇ ଜମି ପଞ୍ଜୀକରଣ କରିବାର ଅସୁବିଧାରୁ ଲୋକଙ୍କୁ ମୁକ୍ତି ମିଳିବ।ଅତି କମ ସମୟରେ ଓ ସହଜରେ ଦାଖଲ – ଖାରଜ(ମ୍ୟୁଟେସନ) ହୋଇ ପଟ୍ଟା ମିଳି ପାରିବ । ରାଜସ୍ୱ ସଂଗ୍ରହରେ ଉନ୍ନତି ହେବା ସହିତ ଜମି ପଞ୍ଜୀକରଣ ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଶନିବାର ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୩ ଟି  ଜିଲ୍ଲାର ୪୪ ତହସିଲରେ ନୂଆ ଉପନିବନ୍ଧନ ବା ସବ୍ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ସବ୍ରେଜିଷ୍ଟ୍ରିଅଫିସ୍ ଖୋଲିବ ବୋଲି କହିବା ସହିତ ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସରକାରୀ ସେବା ଯୋଗାଇଦେବାକୁ ରାଜସ୍ବ ବିଭାଗ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଆମର ମୂଳ ଲକ୍ଷ୍ୟ ଶାସନ ବ୍ୟବସ୍ଥାକୁ ସ୍ବଚ୍ଛ, ପାରଦର୍ଶୀ ଓ ଲୋକାଭିମୁଖୀ କରିବା। ଯେତେଦୂର ସମ୍ଭବ ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦୁଆର ମୁହଁକୁ ନେବା। ଖୁସିର କଥା ଟେକ୍ନୋଲୋଜି ଜରିଆରେ ଜନସାଧାରଣ ଘରେ ବସି ଅନେକ ସରକାରୀ ସେବା ସୁବିଧାରେ ପାଇ ପାରୁଛନ୍ତି। ନିକଟରେ ଜମିଜମା ପଞ୍ଜୀକରଣ ପାଇଁ ସ୍କଟ୍ ବୁକିଂ ନିମନ୍ତେ ଇ-ରେଜିଷ୍ଟ୍ରେସନ ମୋବାଇଲ୍ ଆପର ଶୁଭାରମ୍ଭ ହୋଇଥିଲା। ଏଥିରେ ସହଜରେ ସ୍ଲଟ ବୁକିଂ କରିବା ସହିତ ଇସି ଏବଂ ଅନ୍ୟାନ୍ୟ ଜରୁରି କାଗଜପତ୍ର ମିଳିପାରୁଛି। ସ୍ମାର୍ଟ ସର୍ଭିଲେନ୍ସ ଜରିଆରେ ସମସ୍ତ ସବ୍ରେଜିଷ୍ଟ୍ରି ଅଫିସକୁ ନିରୀକ୍ଷଣ କରାଯାଉଛି। ଏହା ଦ୍ୱାରା କର୍ମଚାରୀମାନଙ୍କର ସମୟାନୁବର୍ତ୍ତିତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରାଯାଇ ପାରୁଛି। ଉପ ନିବନ୍ଧନ କାର୍ଯ୍ୟାଳୟକୁ ଦୁର୍ନୀତିମୁକ୍ତ ଓ ମଧ୍ୟସ୍ଥମୁକ୍ତ କରିବା ଦିଗରେ ଏହି ସ୍ମାର୍ଟ ସଭିଲେନ୍ସ ବ୍ୟବସ୍ଥା ଖୁବ୍ ଉପଯୋଗୀ ହୋଇପାରୁଛି।

ଜମି କିଣାବିକା ସମୟରେ ଲୋକମାନେ ହନ୍ତସନ୍ତ ନହେବା ପାଇଁ ବିଭାଗରେ ସଂସ୍କାର ଅଣାଯାଇଛି। ରାଜସ୍ବ ରେକର୍ଡକୁ ସଂଶୋଧନ କରିବା ସହ କ୍ୟାସଲେସ୍ ଅର୍ଥ ନେଣ-ଦେଶ ଏବଂ ତ୍ବରିତ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ହେଉଛି। ବ୍ୟବସ୍ଥାକୁ ସହଜ, ସରଳ କରିବା ଲାଗି ତହସିଲ ଓ ସବ୍ରେଜିଷ୍ଟ୍ରି ଅଫିସକୁ ଏକାଠି କରାଯାଇଛି। ଅନେକ ଦିନ ଧରି ପାର୍ଟ ପୁଟ ବିକିବା ବ୍ୟବସ୍ଥା ବନ୍ଦ ଥ‌ିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ, ଏହାକୁ ଅନୁମୋଦନ ଦିଆଯାଇଛି। ଏହାଦ୍ଵାରା ଜନସାଧାରଣ ସୁବିଧାରେ ଜମି କିଣାବିକା କରିପାରୁଛନ୍ତି ବୋଲି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ।ଏହି କାର୍ଯ୍ୟ କ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ସ୍ଵାଗତ ଭାଷଣ ଦେଇଥିବା ବେଳେ ରାଜସ୍ବ ରେଜିଷ୍ଟ୍ରେସନ ଇନ୍‌ସ୍ପେକ୍ଟର ଜେନେରାଲ ପି ଅନ୍ଵେଷା ରେଡୀ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଭାସୀ ଜରିଆରେ ୧୩ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ ସବ୍‌ରେଜିଷ୍ଟ୍ରାର୍‌ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!