ମହିଳା ସୁରକ୍ଷା ଓ ମଣିଷ ଚାଲାଣ ରୋକିବାକୁ ନେଇ କିଞ୍ଜିରକେଲା ଥାନାରେ ବୈଠକ

ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତବର୍ତ୍ତୀ ଅଞ୍ଚଳରେ ଦିନକୁଦିନ ନାରୀ ନିର୍ଯ୍ୟାତନା,ହତ୍ୟାକାଣ୍ଡ,ଦୁଷ୍କର୍ମ ଭଳି ସଂଗୀନ ଅପରାଧମାନ ଘଟି ଚାଲିଥିବା ବେଳେ ଏହାର ନିରାକରଣ ପାଇଁ କିଞ୍ଜିରକେଲା ପୋଲିସ ଷ୍ଟେସନ ପରିସରରେ ଅଂଚଳର ଜନସାଧାରଣ,ଗ୍ରାମବାସୀ, ବିଭିନ୍ନ ସମ୍ପ୍ରଦାୟର ବରିଷ୍ଠ ଓ ନେତ୍ରୁ ସ୍ଥାନୀୟ ବ୍ୟକ୍ତି ଏବଂ ପୋଲିସ ଅଧିକାରୀମାନଙ୍କୁ ନେଇ ଏକ ‘ଆମ ପୋଲିସ’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ବୈଠକର ମୁଖ୍ୟ ଆଲୋଚନା ବିଷୟ ମଧ୍ୟରେ ମହିଳାମାନଙ୍କ ସୁରକ୍ଷା ଏବଂ ମଣିଷ ଚାଲାଣ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ କିଂଜିରକେଳା  ଅଞ୍ଚଳର ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା।ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତ୍ୟେକ ଅଞ୍ଚଳବାସୀ ଓ ବିଭିନ୍ନ ସମ୍ପ୍ରଦାୟର ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ପୋଲିସ ବିଭାଗର ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ। ସାଧାରଣ ଲୋକେ କିପରି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ପୋଲିସକୁ ଜଣାଇବେ, ସେ ବିଷୟରେ ବୈଠକରେ ଉପସ୍ଥିତ ଥିବା ନାଗରିକମାନଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅନ୍ୟାୟ,ଅପରାଧ ଏବଂ ଅଞ୍ଚଳରେ ହେଉଥିବା ମଣିଷ ଚାଲାଣ ଭଳି ସଙ୍ଗୀନ ଘଟଣାକୁ ରୋକିବା ପାଇଁ ଗୋଷ୍ଠୀଗତ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା।ଯଦି କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ସମ୍ବନ୍ଧରେ କିଛି ଅପରାଧିକ,ଅନୈତିକ କାର୍ଯ୍ୟକଳାପ ସନ୍ଦେହ କିମ୍ବା ସୂଚନା ମିଳେ, ତେବେ ତୁରନ୍ତ ଥାନାରେ ଜଣାଇବା ଉଚିତ୍। ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖାଯିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପ୍ରତିଶୃତି ପ୍ରଦାନ କରାଯାଇଛି।ଏହି ‘ଆମ ପୋଲିସ’ ବୈଠକ ଅଞ୍ଚଳବାସୀ ଏବଂ ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!