ଖୁସି ଖବର: ତହସିଲରେ ହେବ ଜମି କିଣା ବିକା

ଜମି କିଣାବିକା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ଜମି କିଣାବିକା କାର୍ଯ୍ୟ ପାଇଁ ଲୋକଙ୍କୁ ଜମି ନିବନ୍ଧକ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ ଓ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ବରଂ, ନିଜ ଅଞ୍ଚଳର ତହସିଲ କାର୍ଯ୍ୟାଳୟରେ ହିଁ ଏହି କାର୍ଯ୍ୟ ସମ୍ପାଦନ କରାଯିବ।ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ନଭେମ୍ବର ୧ ତାରିଖରୁ ଏହି ନୂତନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୪୪ ଟି ତହସିଲରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ ଓ ଆସନ୍ତା ନଭେମ୍ବର ୧ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।ଅବଶିଷ୍ଟ ୨୭୩ ତହସିଲରେ: ଆଗାମୀ ଡିସେମ୍ବର ମାସରେ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯିବ।ଏହି ପଦକ୍ଷେପ ଦ୍ୱାରା ଜମି କିଣାବିକା କାର୍ଯ୍ୟ ଅଧିକ ସହଜ, ସୁବିଧାଜନକ ଓ ସ୍ୱଚ୍ଛ ହୋଇପାରିବ ବୋଲି ଆଶା କରାଯାଉଛି। ଲୋକଙ୍କୁ ନିଜ ଅଞ୍ଚଳରେ ହିଁ ଏହି ସୁବିଧା ମିଳିବା ଦ୍ୱାରା ସେମାନଙ୍କର ସମୟ ଏବଂ ଅର୍ଥର ମଧ୍ୟ ସଞ୍ଚୟ ହେବ।

Leave a Reply

Your email address will not be published. Required fields are marked *

ଦର୍ଲିପାଲିରେ ସ୍ଥାପନ ହେବ ଆଉ ଏକ ଏନଟିପିସି ପ୍ରକଳ୍ପ

ଦର୍ଲିପାଲି ଠାରେ ଥିବା ତାପଜ ବିଦ୍ୟୁତ୍ ପ୍ରକଳ୍ପ କେବଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୀମିତ ନାହିଁ, ବରଂ ପାରିପାର୍ଶ୍ୱିକ ବିକାଶ ଏବଂ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି।ପ୍ରକଳ୍ପରେ ଉନ୍ନତ ପ୍ରଦୂଷଣ

ସୁନ୍ଦରଗଡର ଛାତ୍ର ଅପୂର୍ବଙ୍କ କୃତିତ୍ୱ

ବଣପାହାଡ଼ ଘେରା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲାର ବଡଗାଁ ବ୍ଲକ ଅନ୍ତର୍ଗତ ରୁନଗାଁ ଗାଁର ମେଧାବୀ ଛାତ୍ର ଅପୂର୍ବ କୁମାର ଦାନୀ ନିଜ ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱରର

ଖୁସି ଖବର: ତହସିଲରେ ହେବ ଜମି କିଣା ବିକା

ଜମି କିଣାବିକା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ଜମି କିଣାବିକା କାର୍ଯ୍ୟ ପାଇଁ ଲୋକଙ୍କୁ ଜମି ନିବନ୍ଧକ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ

ମହିଳା ସୁରକ୍ଷା ଓ ମଣିଷ ଚାଲାଣ ରୋକିବାକୁ ନେଇ କିଞ୍ଜିରକେଲା ଥାନାରେ ବୈଠକ

ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତବର୍ତ୍ତୀ ଅଞ୍ଚଳରେ ଦିନକୁଦିନ ନାରୀ ନିର୍ଯ୍ୟାତନା,ହତ୍ୟାକାଣ୍ଡ,ଦୁଷ୍କର୍ମ ଭଳି ସଂଗୀନ ଅପରାଧମାନ ଘଟି ଚାଲିଥିବା ବେଳେ ଏହାର ନିରାକରଣ ପାଇଁ କିଞ୍ଜିରକେଲା ପୋଲିସ ଷ୍ଟେସନ ପରିସରରେ ଅଂଚଳର ଜନସାଧାରଣ,ଗ୍ରାମବାସୀ, ବିଭିନ୍ନ ସମ୍ପ୍ରଦାୟର ବରିଷ୍ଠ

ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ — ତମାଖୁ ଜବତ ଓ ଜୋରିମାନା ଆଦାୟ

ଦିନକୁ ଦିନ ତମାଖୁ ସହ ତମାଖୁ ମିଶ୍ରିତ ଦ୍ରବ୍ୟ ଗୁଡିକର ବ୍ୟବହାର ବଢ଼ିବାରେ ଲାଗିଛି ।ଏହାକୁ ପ୍ରତିହତ କରିବାକୁ ଯାଇ  ଲେଫ୍ରିପଡ଼ାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ଓ ଜାତୀୟ ତମାଖୁ

ବିଧବା ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧା: ପ୍ରଶାସନର ନିଦ ଭାଙ୍ଗୁନି

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁଣ୍ଡିଆଡିହି ଗ୍ରାମ ପଞ୍ଚାୟତର ଦଳକିଝରନ ଗ୍ରାମର ରଘୁପଡ଼ା ଗ୍ରାମର ଫୁଲ ବାଗ ନାମକ ଜଣେ ବିଧବା ବୃଦ୍ଧା ଦୀର୍ଘ

error: !!sarbajaya.news!!