ସୁନ୍ଦରଗଡର ଛାତ୍ର ଅପୂର୍ବଙ୍କ କୃତିତ୍ୱ

ବଣପାହାଡ଼ ଘେରା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲାର ବଡଗାଁ ବ୍ଲକ ଅନ୍ତର୍ଗତ ରୁନଗାଁ ଗାଁର ମେଧାବୀ ଛାତ୍ର ଅପୂର୍ବ କୁମାର ଦାନୀ ନିଜ ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱରର ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NISER)ର  ଛାତ୍ର ଅପୂର୍ବ ନିଜ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଇଣ୍ଟ୍ରା-କଲେଜ ଫେଷ୍ଟ – ୨୦୨୫ରେ “କବିତା ଲିଖନ” ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନିଜର ସୃଜନାତ୍ମକ ଏବଂ ଅଭିନଵ ଲେଖନୀ ଦ୍ୱାରା ଲିଖିତ କବିତା ବିଚାରକ ମଣ୍ଡଳୀଙ୍କୁ ମୁଗ୍ଧ କରି ସେ ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତର ବିଭିନ୍ନ ରାଜ୍ୟରୁ ଏହି ଅନୁଷ୍ଠାନରେ ପଢୁଥିବା ପ୍ରାୟ ୧୫୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୩୦ ଜଣ କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ଅପୂର୍ବ ଏହି ବିଜୟ ହାସଲ କରିଛନ୍ତି।

ଅପୂର୍ବଙ୍କୁ ତାଙ୍କର ଏହି କୃତିତ୍ୱ ପାଇଁ NISER ର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ, ଡିନ୍ ଏକାଡେମିକ୍ସ ପ୍ରଫେସର ପ୍ରଣୟ କୁମାର ସ୍ୱାଇଁ ଏବଂ ସ୍ଟୁଡେଣ୍ଟସ ଆଫାୟାର୍ସ ପ୍ରଫେସର ଅଶୋକ ମହାପାତ୍ରଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ଏହି ମେଧାବୀ ଛାତ୍ରଙ୍କ ବିଗତ ଦିନର ଶିକ୍ଷାଗତ ରେକର୍ଡ ମଧ୍ୟ ବେଶ୍ ଉଜ୍ଜ୍ୱଳ। ସେ ଚଳିତ ବର୍ଷ ସର୍ବଭାରତୀୟ NISER ପ୍ରବେଶିକା ପରୀକ୍ଷାରେ ୩୮୨ ତମ ରାଙ୍କ, JEE Main ରେ ୯୬.୯୪ ପ୍ରତିଶତ ଏବଂ କେନ୍ଦ୍ରୀୟ ଶିକ୍ଷା ପରିଷଦ (CBSE) ଦ୍ୱାଦଶ ବୋର୍ଡ ପରୀକ୍ଷା (କୋଟିଲ୍ୟ ସେକେଣ୍ଡାରୀ ସ୍କୁଲ, କୋଟା, ରାଜସ୍ଥାନରୁ)ରେ ୯୦.୦୦ ପ୍ରତିଶତ ମାର୍କ ରଖିଛନ୍ତି। ଏହା ବ୍ୟତୀତ, ସେ DAV ପବ୍ଲିକ୍ ସ୍କୁଲ୍, କାଂସବାହାଲରୁ ମାଟ୍ରିକ୍ ପରୀକ୍ଷାରେ ୯୪.୬ ପ୍ରତିଶତ ମାର୍କ ରଖି କୃତିତ୍ୱ ହାସଲ କରିଥିଲେ। ପିଲାଦିନୁ ମେଧାବୀ ଅପୂର୍ବ L&T କାଂସବାହାଲ, ଅଲିମ୍ପିଆଡ୍ ଗେମ୍ସ, ବିଜ୍ଞାନ ମେଳା, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ବିଜୟୀ ହୋଇଛନ୍ତି ଯାହାକି ଅଞ୍ଚଳ ଓ ଜିଲ୍ଲା ପାଇଁ ଅତି ଗର୍ବର ବିଷୟ।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!