ଦର୍ଲିପାଲିରେ ସ୍ଥାପନ ହେବ ଆଉ ଏକ ଏନଟିପିସି ପ୍ରକଳ୍ପ

ଦର୍ଲିପାଲି ଠାରେ ଥିବା ତାପଜ ବିଦ୍ୟୁତ୍ ପ୍ରକଳ୍ପ କେବଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୀମିତ ନାହିଁ, ବରଂ ପାରିପାର୍ଶ୍ୱିକ ବିକାଶ ଏବଂ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି।ପ୍ରକଳ୍ପରେ ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହା ବ୍ୟତୀତ, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ପାରିପାର୍ଶ୍ୱିକ ବିକାଶ, ସଡ଼କ ନିର୍ମାଣ ଏବଂ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି। ଏନଟିପିସି ଦର୍ଲିପାଲି ତାପଜ ବିଦ୍ୟୁତ୍ ପ୍ରକଳ୍ପର ପ୍ରଶାସନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦର୍ଲିପାଲି ପ୍ରକଳ୍ପ ମୁଖ୍ୟ ଶ୍ରୀ ଫୌଜ ତୟବ ଏହି ସୂଚନା ଦେଇଛନ୍ତି।ବିଶେଷ କରି ପ୍ରଭାବିତ ଅଞ୍ଚଳର ମହିଳାମାନଙ୍କ ସଶକ୍ତୀକରଣ ପାଇଁ ବିଭିନ୍ନ ପ୍ରକାର ତାଲିମ ଏବଂ ଆବଶ୍ୟକୀୟ ସୁବିଧା ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ ମାଧ୍ୟମରେ ଯୋଗାଇ ଦିଆଯାଉଛି। ମାନବସମ୍ବଳ ବିଭାଗ ମୁଖ୍ୟ ଶ୍ରୀମତୀ ପ୍ରତିଭା ସିଂହ ଏହି ଅବସରରେ ଏନଟିପିସି ଦର୍ଲିପାଲି ପ୍ରକଳ୍ପ ଦ୍ୱାରା ପ୍ରଦାନ କରାଯାଉଥିବା ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ, ପ୍ରମୁଖ ସଫଳତା ଏବଂ ପରିବେଶ ସୁରକ୍ଷା ଉଦ୍ୟମ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ଶ୍ରୀ ତୟବ ଆଗାମୀ ଦିନରେ ଆଉ ଏକ ପ୍ରକଳ୍ପ ସ୍ଥାପନ କରିବା ପାଇଁ ସର୍ବେକ୍ଷଣ କରାଯାଇଥିବା ଓ ମଞ୍ଜୁରୀ ସକାଶେ ଆବେଦନ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଆଉଁଲବାହାଲ ଠାରୁ ଭେଡାବାହାଲ ରାସ୍ତାରେ ବେଆଇନ ଭାବେ ପକାଯାଉଥିବା ବର୍ଜ୍ୟବସ୍ତୁ କିପରି ଆଉ ପକା ନଯିବ ସେ ଦିଗରେ ପଦକ୍ଷେପ ନିଆ ଯାଇ ୪ ଜଣ ଟ୍ରାନ୍ସପୋର୍ଟରଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ଓ କୋଲ୍ କରିଡର ରାସ୍ତାରେ ଏନ୍ଟିପିସି ଅର୍ଥରେ ନିରୀକ୍ଷଣ କ୍ୟାମେରା ଲଗାଇବାକୁ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛିସୂଚନା ଦେଇଥିଲେ । 

ସାମ୍ବାଦିକ ସମ୍ମିଳନୀରେ ସଞ୍ଚାଳନ ଓ ଅନୁରକ୍ଷଣ ମହାପ୍ରବନ୍ଧକ ରବୀନ୍ଦ୍ର ଶର୍ମା, ପ୍ରଚାଳନ ଓ ଇନ୍ଧନ ପରିଚାଳନା ମହାପ୍ରବନ୍ଧକ ଇପିଲ ବାଗେ, ଅନୁରକ୍ଷଣ ଓ ବର୍ଜ୍ୟବସ୍ତୁ ପରିଚାଳନା ମହାପ୍ରବନ୍ଧକ ରାଧେଶ୍ୟାମ ମୌର୍ଯ୍ୟ, ପୁନର୍ବାସ ଓ ଥଇଥାନ ଅତିରିକ୍ତ ମହାପ୍ରବନ୍ଧକ ସମୀର ଭଞ୍ଜ, ବର୍ଜ୍ୟବସ୍ତୁ ପରିଚାଳନା ଅତିରିକ୍ତ ମହାପ୍ରବନ୍ଧକ ପ୍ରଶାନ୍ତ ବେହେରା, ପରିବେଶ ପରିଚାଳନା ଅତିରିକ୍ତ ମହାପ୍ରବନ୍ଧକ ଡ. ଡି ନନ୍ଦେଶ୍ୱରଙ୍କ ସମେତ ପ୍ରକଳ୍ପର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!