କୃଷିଋଣ ସୁବିଧାରୁ ବଞ୍ଚିତ ଅସଲି ଚାଷୀ,ନକଲି ମାଲାମାଲ

କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି ।ହେଲେ ଏହାର ପ୍ରକୃତ ଲାଭ ସଠିକ୍ ହିତାଧିକାରୀ ପାଖରେ ପହଞ୍ଚି ପାରୁନାହିଁ । ବିଭିନ୍ନ ଫସଲ ର ଆଦାୟ ବୃଦ୍ଧି କରିବା ସହ ଚାଷୀ ମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ସରକାର ସମବାୟ ସମିତି ଓ ବ୍ୟାଙ୍କ ମାଧ୍ୟମରେ ଉଭୟ ରବି ଓ ଖରିଫ ଫସଲ ନିମନ୍ତେ କୃଷି ଋଣ,ଦ୍ରବ୍ୟ ଋଣ,ରାସାୟନିକ ସାର,ବିହନ ଆଦି ଯୋଗାଇ ଦେବାର ବ୍ୟବସ୍ଥା କରି ଆସୁଛନ୍ତି ।ହେଲେ ଏହି ସବୁ ବ୍ୟବସ୍ଥା କେବଳ ଅଣଚାଷୀ,ବୃହତ୍ ଚାଷୀ,ଭାଗ ଚାଷୀ ମାନଙ୍କ ହାବୁଡ଼ରେ ପଡୁଛି ।ପ୍ରକୃତ ହିତାଧିକାରୀ ଯିଏ କି କୃଷି ବିନା ବଞ୍ଚି ପାରିବନି ସେମାନଙ୍କୁ ମିଲୁ ନାହିଁ ।ସହର ତଳିଆ ତଥା ଯିଏ ଅନ୍ୟ ବ୍ୟବସ୍ଥା ଦ୍ଵାରା ଅର୍ଥ ଆୟ କରି ପାରିବ ସେମାନଙ୍କୁ ଏହି ସବୁ ସୁବିଧା ମିଳୁଛି ।ଏପରିକି କିଛି ବ୍ୟାଙ୍କରେ ଦଲାଲ ମାଧ୍ୟମରେ ଜମି ପଟ୍ଟା ଥିଲା ବାଲା ଅଣ ଚାଷୀ ମାନଙ୍କ ନାମରେ କୃଷି ଋଣ ଉଠାଇ ମୋଟା ଅଙ୍କର ଅର୍ଥ ଆତ୍ମସାତ ହେଉଥିବାର ଅଭିଯୋଗ ହେଉଛି କିନ୍ତୁ ବଣ ପାହାଡ ଘେରା Lefripada ବ୍ଲକ ର ଉପନ୍ତବର୍ତ୍ତି ଅଞ୍ଚଳରେ ଥିବା ପ୍ରକୃତ କୃଷକ ମାନଙ୍କୁ ତାଙ୍କ ପାଖରେ ଦଖଲ ଜମିର ପଟ୍ଟା ନ ଥିବାରୁ କୃଷି ଋଣ ମିଳି ପାରୁନାହିଁ ।ଯଦ୍ୱାରା ବର୍ଷ ତମାମ କୃଷି କାର୍ଯ୍ୟ କରି ପରିବାର ପୋଷଣ କରୁଥିବା ଓ ସମାଜକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଥିବା ପ୍ରକୃତ ଚାଷୀ ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ହେଉଛନ୍ତି । ଉପନ୍ତବର୍ତ୍ତୀ ଅଞ୍ଚଳର ରାଜବାହାଲ, ଡୁମାବାହାଲ୍, ସରପଗଡ, ମଶାବିରା, ଗୁଣ୍ଡିଆଡିହି, ଅଲାପକା, ହୁର୍ମେଇ ଆଦି ପଞ୍ଚାୟତ ଗୁଡ଼ିକର ପ୍ରାୟ 70 ଭାଗ ଚାଷୀ ମାନଙ୍କ ପାଖରେ ଦଖଲ କରିଥିବା ଜଙ୍ଗଲ ଜମିର ପଟ୍ଟା ନାହିଁ,ଅନେକ ଚାଷୀ ଶିରୋନାମା ପାଇଥିବା ବେଳେ ବହୁତ୍ ଚାଷୀ ସେଥିରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।ତେଣୁ କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ସହାୟତା ଓ ଯୋଜନାର ଲାଭ ପାଇ ପାରୁ ନାହାନ୍ତି।ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!